ହୋମିଓପାଥି ଔଷଧ ଖାଇ ପରିବାରର ୮ ମୃତ, ୫ ଗୁରୁତର

ରାୟପୁର: ଛତିଶଗଡ଼ର ବିଳାସପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହୋମିଓପାଥି ଔଷଧ ଖାଇ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ହୋମିଓପାଥି ଔଷଧ ଖାଇ ଏପରି ହୋଇଥାଇ ପାରେ ବୋଲି ଗୁରୁତରମାନେ ଚିକିତ୍ସିତ ହେଉଥିବା ଡାକ୍ତରଖାନାର ମୁଖ୍ୟ ଅଧିକାରୀ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଘଟଣାର ତଦନ୍ତ ଚଳାଇଛି।

ସିଏମଓ କହିଛନ୍ତି ​ଯେ, ଏହି ପରିବାରର ଲୋକମାନେ ହୋମିଓପାଥି ଔଷଧ ଖାଇଥିଲେ। ଏହା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟ ଭିତରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପୀଡ଼ିତମାନେ ଡ୍ରୋସେରା ୩୦ ନାମକ ଏକ ହୋମିଓପାଥି ଔଷଧ ଖାଇଥିଲେ। ଯେଉଁଥିରେ ୯୧ ପ୍ରତିଶତ ଆଲକୋହଲ ମିଶାଯାଇଥାଏ। ବର୍ତ୍ତମାନ ସୁଦ୍ଧା ଔଷଧ ଦେଇଥିବା ଡାକ୍ତର ଫେରାର ଅଛନ୍ତି।

Comments are closed.