ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର ଓ କୋରାପୁଟ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୦୭୦କୁ ବୃଦ୍ଧିପାଇଛି।

Comments are closed.