୮ ଜଣ ଆଇଏସ୍‌ ଆତଙ୍କବାଦୀ ଗିରଫ

କାବୁଲ : ବଡଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ଇସଲାମିକ ଷ୍ଟେଟ୍‌ (ଆଇଏସ୍‌) ୮ ଆତଙ୍କବାଦୀଙ୍କୁ ଗିରଫ କରିଛି ଆଫଗାନସ୍ତାନର ତାଲିବାନ ସରକାର। ସୂଚନା ନିର୍ଦ୍ଦେଶାଳୟର ମୁଖ୍ୟ ସବବୀର ଅହମ୍ମଦ ଓସମାନି କହିଛନ୍ତି ଯେ ଆଫଗାନିସ୍ତାନର ଇସଲାମ ଏମିରେଟର ମୁଜାହିଦ୍ଦିନମାନେ ୮ ଜଣ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଆତଙ୍କବାଦୀମାନେ କାବୁଲର ୧୫୦ କିଲୋମିଟର ଦକ୍ଷିଣ-ପୂର୍ବରେ ବିସ୍ଫୋରଣ ସହ ଆକ୍ରମଣ କରିବାକୁ ଯୋଜନା କରୁଥିବା ସ୍ୱୀକାର କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏହାକୁ ବିରୋଧ କରି ଆଇଏସ୍ ଆକ୍ରମଣ ଘଟାଉଛି।

Comments are closed.