ନିର୍ମାଣଧୀନ ପାଚେରି ଭୁଶୁଡି ୮ ମୃତ

ହାଇଦ୍ରାବାଦ : ତେଲେଙ୍ଗାନାରେ ଏକ ବଡ଼ ଅଘଟଣ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ହାଇଦ୍ରାବାଦ ବାନ୍ଦଲାଗୁଡ଼ା ଅଞ୍ଚଳରେ ପ୍ରବଳ ବର୍ଷାରୁ ନିର୍ମାଣଧୀନ ପାଚେରି ଭୁଶୁଡି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ୮ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ଦୁର୍ଘଟଣାରେ ଗୁରୁତର ଅନ୍ୟ ୩ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନିକଟରେ ଥିବା ଘର ଉପରେ ନିର୍ମାଣଧୀନ ପାଚେରି ଭୁଶୁଡି ପଡ଼ିବାରୁ ଏଭଳି ଅଘଟଣ ଘଟିଛି ବୋଲି ସୂଚନା ମିଳିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.