ଧର୍ମଘଟରେ ସାମିଲ ହୋଇଥିବା ଶ୍ରମିକଙ୍କ ୮ ଦିନର ଦରମା କାଟ ଧମକ

ବ୍ରଜରାଜନଗର: ଧର୍ମଘଟରେ ସାମିଲ ଶ୍ରମିକଙ୍କ ଦରମା କଟିବ । ଏ ସମ୍ପର୍କରେ ଏମସିଏଲ୍ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି । ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଶ୍ରମିକଙ୍କ ଧର୍ମଘଟ ବେଆଇନ । ସେମାନେ କମ୍ପାନୀ ନିୟମ ଉଲ୍ଲଙ୍ଘନ କରିଛନ୍ତି । ତେଣୁ ସେମାନଙ୍କ ଦରମା କାଟିବାକୁ ନିର୍ଦେଶ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ କୋଇଲା ଖଣି କ୍ଷେତ୍ରରେ ଘରୋଇକରଣ ନିଷ୍ପତ୍ତି ପ୍ରତିବାଦରେ ୫ଟି ପ୍ରମୁଖ ଶ୍ରମିକ ସଂଗଠନ ପକ୍ଷରୁ ଜୁଲାଇ ୨ ତାରିଖ ରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା। ଏଥିରେ ଏମସିଏଲ ଅଧିନସ୍ଥ ଇବ ଭ୍ୟାଲି ଓ ଓରିଏଣ୍ଟ ଖଣି କ୍ଷେତ୍ରର ଶ୍ରମିକ ସଂଗଠନ ଗୁଡ଼ିକ ସାମିଲ ହୋଇଥିବାରୁ କୋଇଲା ଖଣିରେ ଉତ୍ପାଦନ ବନ୍ଦ ହେବା ସାଙ୍ଗକୁ ରୋଡ ସେଲ, ୱାଗନ ଲୋଡିଙ୍ଗ ପ୍ରଭାବିତ ହୋଇଥିଲା। ହେଲେ ବର୍ତମାନ ଏହି ଧର୍ମଘଟକୁ ବେଆଇନ ବୋଲି ଏମସିଏଲ କହିଛି। ଏମସିଏଲ ଅଧିନସ୍ଥ ଇବ ଭ୍ୟାଲି କ୍ଷେତ୍ରର ମହାପ୍ରବନ୍ଧକ ଗତ ୩ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ ପ୍ରକାଶ କରି ସମଲେଶ୍ବରୀ, ଲାଜକୁରା କୋଇଲା ଖଣି, ଜିଏମ ଓ କେନ୍ଦ୍ରୀୟ ଚିକିତ୍ସାଳୟର କର୍ମଚାରୀମାନେ ବେଆଇନ ଧର୍ମଘଟରେ ସାମିଲ ହୋଇ ଏମସିଏଲର ସାରଟିଫାଏଡ଼ ଷ୍ଟାଣ୍ଡିଙ୍ଗ କମିଟି ରୁଲ ୨୬.୧୦ର ଉଲ୍ଲଙ୍ଘନ କରିଛନ୍ତି। ତେଣୁ କର୍ମଚାରୀଙ୍କ ଅନୁଶାସନହୀନତା ଯୋଗୁଁ ୱେଜେସ ଆକ୍ଟ ୨୦୧୯ ଆଧାରରେ ୮ ଦିନର ଦରମା କାଟିବାକୁ ଆଦେଶ ଦିଆଯାଇଛି।

Comments are closed.