ଜୁନ୍‌ରେ ୮ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର : ସୋମବାର ଠାରୁ ଆରମ୍ଭ ହୋଇଛି ଦେଶରେ ଅନଲକ୍ ୧.୦ । ଅନୁରୂପ ଭାବେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଏବଂ ରବିବାର ସଟଡାଉନ୍‌ ଘୋଷଣା କରାଯାଇଛି । ତେଣୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ସମସ୍ତ ବ୍ୟାଙ୍କ କାର୍ଯ୍ୟ ସମାଧାନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥଳେ ଯଦି ବ୍ୟାଙ୍କର ଶାଖାକୁ ଯିବାର ଅତି ଜରୁରୀ ପଡେ, ତେବେ ଜାଣି ରଖନ୍ତୁ ଜୁନ ମାସରେ ବ୍ୟାଙ୍କ ମୋଟ ୮ ଦିନ ବନ୍ଦ ରହିପାରେ । ମିଳିଥିବା ତଥ୍ୟାନୁଯାୟୀ, ଚଳିତମାସ ୭ ରବିବାର, ୧୩ ଦ୍ବିତୀୟ ଶନିବାର ଏବଂ ୧୪ ତାରିଖରେ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ତେବେ ଜୁନ୍‌ ୧୫ ରଜ ପାଇଁ ବ୍ୟାଙ୍କ ଛୁଟି । ଜୁନ୍‌ ୨୧ରେ ରବିବାର ଆଉ ୨୩ରେ ରଥଯାତ୍ରା ପାଇଁ ପୁନର୍ବାର ବ୍ୟାଙ୍କ ଛୁଟି ରହୁଛି । ଅନ୍ୟପକ୍ଷରେ ଜୁନ୍‌ ୨୭ରେ ଚତୁର୍ଥ ଶନିବାର ଏବଂ ୨୮ରେ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏହିଭଳି ଭାବେ ଚଳିତ ମାସରେ ବିଭିନ୍ନ କାରଣ ପାଇଁ ମୋଟ ୮ ଦିନ ବ୍ୟାଙ୍କ ବନ୍ଦ ରହିବ।

Comments are closed.