ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତ ହେଲେ ୭ କଏଦୀ

ଭୁବନେଶ୍ବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବୁଧବାର ରାଜ୍ୟ ସରକାର ୭ଜଣ ଆଜୀବନ ସଜ୍ଜା କାଟୁଥିବା କଏଦୀଙ୍କୁ ମୁକ୍ତ କରିଛନ୍ତି । ରାଜ୍ୟର ୩ଟି ଜେଲରୁ ୭ ଜଣ କଏଦୀଙ୍କୁ ସ୍ବତନ୍ତ୍ର ଭାବେ ଦଣ୍ଡ କୋହଳ କରି ମୁକ୍ତ କରାଯାଇଛି। କେନ୍ଦୁଝର ଜେଲରୁ ୫ଜଣ କଏଦୀଙ୍କୁ ମୁକ୍ତ କରାଯାଇଥିବାବେଳେ ଚୌଦ୍ବାର ଓ ଝାରସୁଗୁଡା ଜେଲରୁ ଜଣେ ଲେଖାଁଏ କଏଦୀଙ୍କୁ ମୁକ୍ତ କରିଦିଆଯାଇଛି।

Comments are closed.