ଦେଶରେ ୭୯୯୨ ନୂଆ ଆକ୍ରାନ୍ତ; ୩୯୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୯୨ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩୯୩ ଜଣଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ ୯୨୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩,୪୧,୧୪,୩୩୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଦେଶରେ ୯୩,୨୭୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି, ଯାହା ୫୫୯ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର । ଦୈନିକ ସଂକ୍ରମଣ ହାର ୦.୬୪% ଓ ସାପ୍ତାହିକ ସଂକ୍ରମଣ ହାର ୦.୭୧% ରହିଥିବାବେଳେ ଆରୋଗ୍ୟ ହାର ୯୮.୩୬% ରହିଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୬୫.୪୬ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ୧୩୧.୯୯ କୋଟି ପାନ ଟିକା ଦିଆଯାଇଛି ।

Comments are closed.