ରାଜ୍ୟରେ ଦିନକରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୧୬୭

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୬୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୯୨୧ ଏବଂ ସ୍ଥାନୀୟ ସଂକ୍ରମିତ ୩୦୮୧ ଜଣ ରହିଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୮୮, ବାଲେଶ୍ୱର ୩୩୧, ବରଗଡ ୧୧୭, ଭଦ୍ରକ ୨୬୭, ବଲାଙ୍ଗୀର୮୯, ବଉଦ ୧୩୪, କଟକ ୭୭୧, ଦେବଗଡରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଢେଙ୍କାନାଳ ଜିଲାରୁ ୧୦୬, ଗଜପତି ୪୮, ଗଞ୍ଜାମ ୭୪, ଜଗତସିଂହପୁର ୨୩୨, ଯାଜପୁର ୪୮୬, ଝାରସୁଗୁଡା ୯୭, କଳାହାଣ୍ଡି ୧୦୩, କେନ୍ଦ୍ରାପଡା ୧୮୮, କେନ୍ଦୁଝର ଜିଲାରୁ ୧୪୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟାରେ କୋରାପୁଟରୁ ୧୫୮, ମାଲକାନଗିରି ୯୫, ମୟୁରଭଞ୍ଜ ୩୭୦, ନବରଙ୍ଗପୁର ୧୯୮, ନୟାଗଡ ୧୯୬, ନୂଆପଡା ୨୮, ପୁରୀ ୩୦୬, ରାୟଗଡା ୨୨୨, ସମ୍ବଲପୁର ୧୦୭, ସୋନପୁର ୫୯, ସୁନ୍ଦରଗଡ ୨୪୩ ଏବଂ ଷ୍ଟେଟପୁଲରୁ ୨୦୭ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୭୩୨୦୧୮ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବାବେଳେ ସଂପ୍ରତି ୭୮୦୩୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Comments are closed.