ଦେଶରେ ୭୫୭୯ ନୂଆ କରୋନା ରୋଗୀ; ୨୩୬ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୭୫୭୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୩୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ ୧୨,୨୦୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଦେଶଷର ସଂପ୍ରତି ୧,୧୩,୫୮୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି, ଯାହା ଗତ ୫୩୬ ଦିନ ମଧ୍ୟରେ ସବୁଠାରୁ କମ୍‍ । ଦୈନିକ ସଂକ୍ରମଣ ୦.୭୯% ଓ ସାପ୍ତାହିକ ସଂକ୍ରମଣ ହାର ୦.୯୩% ରହିଛି । କରୋନାରୁ ଆରୋଗ୍ୟ ହାର ୯୮.୩୨% ରହିଛି । ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୧୧୭.୬୩ କୋଟି ପାନ ଟିକା ଦିଆଯାଇସାରିଛି ।

Comments are closed.