ଦେଶରେ ୭୩୫୦ ନୂଆ କରୋନା ଆକ୍ରାନ୍ତ; ୨୦୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୩୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୭୫,୬୩୬ରେ ପହଞ୍ଚିଛି । ଦିନକ ମଧ୍ୟରେ ୭୯୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ମିଶାଇ ମୋଟ ୩,୪୧,୩୦,୭୬୮ ଜଣ ସୁସ୍ଥ ହୋଇସାରିଲେଣି । ଦୈନିକ ସଂକ୍ରମଣ ହାର ୦.୮୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୬୯% ରହିଛି । ସେହି ସମୟରେ ଆରୋଗ୍ୟ ହାର ୯୮.୩୭% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି । ଦେଶରେ ସଂପ୍ରତି ୯୧,୪୫୬ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏପର୍ଯ୍ୟନ୍ତ ମୋଟ ୧୩୩ କୋଟି ୧୭ ଲକ୍ଷ ୮୪ ହଜାର ୪୬୨ ପାନ କୋଭିଡ ଟିକା ଦିଆଯାଇସାରିଛି ।

Comments are closed.