କରେନା ପ୍ରଭାବ: ଓଡ଼ିଶାର ବିଭିନ୍ନ ଜେଲ୍‌ରୁ ମୁକୁଳିଲେ ୭,୨୫୫ କଏଦୀ

ଭୁବନେଶ୍ବର: ମହାମାୀ କରୋନା ପ୍ରଭାବ ଜେଲ୍‌ ଉପରେ ପଡ଼ିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟର ବିଭିନ୍ନ ଜେଲ୍‌ କର୍ତ୍ତୃପ ପଦକ୍ଷେପ ନେଇଛନ୍ତି। ଫଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଜେଲ୍‌ରେ ଥିବା ୭,୨୫୫ ବିଚାରଧୀନ ବନ୍ଦି ଏବଂ ୩୮୯ ଅଭିଯୁକ୍ତ ମୁକୁଳିଛନ୍ତି। ବିଚାରଧୀନ ବନ୍ଦୀଙ୍କୁ ବେଲ୍‌ ମିଳିଥିବାବେଳେ ଅଭିଯୁକ୍ତଙ୍କୁ ପାରୋଲ୍‌ରେ ଛଡ଼ା ଯାଇଛି। ଜେଲ୍‌ରେ ଭିଡ଼ କମାଇବା ପାଇଁ ଓଡ଼ିଶା ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ରବିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ଜେଲ୍‌ରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ୨୦ ମାର୍ଚ୍ଚରୁ ମେ’ ୧୨ ମଧ୍ୟରେ ଜେଲ୍‌ରେ ଅନ୍ତେବାସୀଙ୍କ ସଂଖ୍ୟା ୧୭,୮୧୨ ରହିଛି। ସେଥିମଧ୍ୟରୁ ୧୬,୯୩୧ଜଣ ଅନ୍ତେବାସୀ ବିଭିନ୍ନ ଜେଲ୍‌ରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୩୮୯ ଅଭିଯୁକ୍ତଙ୍କୁ ପାରୋଲ୍‌ରେ ଛଡ଼ାଯାଇଛି। ସେହିପରି ପର୍ସନାଲ୍‌ ବଣ୍ଡ ଏବଂ ବେଲ୍‌ରେ ୬,୮୬୬ଜଣଙ୍କୁ ମୁକ୍ତ କରାଯାଇଛି। ଜେଲ୍‌ଗୁଡ଼ିକରେ ଭିଡ଼ କମାଇବା ପାଇଁ ୧,୧୬୦ଜଣ ଅନ୍ତେବାସୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଜେଲଗୁଡ଼ିକରେ କଏଦୀ ଓ ଅଭିଯୁକ୍ତମାନଙ୍କ ଭିଡ଼ କମାଇବା ପାଇଁ ୪୦ଦିନ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ‘ଅଣ୍ଡର ଟ୍ରାଏଲ୍‌ ରିଭ୍ୟୁ କମିଟି’ ଗଠନ କରାଯାଇଥିଲା। ଯେଉଁମାନେ ଜେଲ୍‌ରେ ୧୦ବର୍ଷରୁ ଅଧିକ କାରାବରଣ କରିଛନ୍ତି ସେମାନଙ୍କ ଆବେଦନକୁ ଅଗ୍ରାଧିକାର ଦିଆଯାଇଥିଲା। ଜେଲ୍‌ ଅନ୍ତେବାସୀଙ୍କ ରେକର୍ଡକୁ ସମୀକ୍ଷା କରାଯାଇ ସେମାନଙ୍କୁ ବେଲ୍‌ ଦିଆଯାଇଥିଲା। ସେହିପରି ଯେଉଁ ଅଭିଯୁକ୍ତ ୫ବର୍ଷରୁ ଅଧିକ କାରାଦଣ୍ଡ ଭୋଗିଛନ୍ତି ସେମାନଙ୍କୁ ପାରୋଲ୍‌ରେ ଛଡ଼ାଯିବା ପାଇଁ ଅନୁମତି ମିଳିଥିଲା

Comments are closed.