ଓଡ଼ିଶାରେ ୭୦୭୧ ନୂଆ ସଂକ୍ରମିତ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜଣଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ଦୁଇଗୁଣ ବୃଦ୍ଧିପାଇଛି । ଦିନକ ପୂର୍ବରୁ ରାଜ୍ୟରେ ୪୮୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୨୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୪୧୨୮ ଏବଂ ସ୍ଥାନୀୟ ସଂକ୍ରମିତ ୨୯୪୩ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୭୦୭ ଜଣ ସଂକ୍ରମିତ ରହିଥିବା ଜଣାଯାଇଛି ।

ରାଜ୍ୟର ଅନୁଗୁଳ ଜିଲାରୁ ୮୩, ବାଲେଶ୍ୱର ୧୯୮, ବରଗଡ ୮୫, ଭଦ୍ରକ ୫୪, ବଲାଙ୍ଗିର ୧୯୦, ବଉଦ ୨୦ ଓ କଟକରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡ ୧୮, ଢେଙ୍କାନାଳ ୫୫, ଗଜପତି ୪୫, ଗଞ୍ଜାମ ୧୧୧, ଜଗତସିଂହପୁର ୬୦, ଯାଜପୁର ୧୩୦, ଝାରସୁଗୁଡା ୧୪୩, କଳାହାଣ୍ଡି ୭୩, କନ୍ଧମାଳ ୧୮, କେନ୍ଦ୍ରାପଡା ୨୭, କେନ୍ଦୁଝର ୬୫, କୋରାପୁଟ ୧୦୭ ଓ ମାଲକାନଗିରିରେ ୬ ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ୨୦୧, ନବରଙ୍ଗପୁର ୯୫, ନୟାଗଡ ୩୫, ନୂଆପଡା ୨୬, ପୁରୀ ୧୫୬, ରାୟଗଡା ୩୬, ସମ୍ବଲପୁର ୬୦୯, ସୋନପୁର ୬୧, ସୁନ୍ଦରଗଡ ୧୧୪୭ ଓ ଷ୍ଟେଟପୁଲରୁ ୪୮୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୪୧୪ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୭୨୧୬ ସକ୍ର୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

Comments are closed.