ରାଉରକେଲା ସିଭିଲ ଟାଉନଶିପ୍‌ ପାର୍କିଂରେ ଅଗ୍ନିକାଣ୍ଡ, ୭ ଦୋକାନ କ୍ଷତିଗ୍ରସ୍ତ

ରାଉରକେଲା: ରାଉରକେଲା ସିଭିଲ ଟାଉନଶିପ ନୂଆ ପାର୍କିଂରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପାର୍କିଂରେ ଥିବା ୭ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡରେ ମୁଖ୍ୟତଃ ଗ୍ୟାରେଜ , ଟାୟାର ଦୋକାନ ଭଳି ଦୋକାନ ପୋଡ଼ିଯାଇଥିବା ଜଣାପଡିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.