ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ବଦଳି

କଟକ : ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପି ରାଙ୍କର ୭ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ନଗେନ୍ଦ୍ର ପ୍ରସାଦ ନାୟକଙ୍କୁ ଅତିରିକ୍ତ ଏସ୍‌ପି ବୌଦ, ଗୁଇନ୍ଦା ବିଭାଗରେ ଡେପୁଟେସନରେ ଥିବା ଭଞ୍ଜନଗର ଅତିରିକ୍ତ ଏସ୍‌ପି ସନ୍ତୋଷ କୁମାର ଦାସଙ୍କୁ ପୁଲିସ କମିସନରେଟକୁ ବଦଳି କରାଯାଇଛି ।
ସେହିପରି ଯାଜପୁର ଆଇୟୁସିଏଡବ୍ଲୁ ଡିଏସ୍‌ପି ରବୀନ୍ଦ୍ର ନାଥ ଶତପଥୀଙ୍କୁ ଏସିପି କମିସନରେଟ ପୁଲିସ, କମିସନରେଟ୍ ପୁଲିସରେ ନିୟୋଜିତ ନାରାୟଣ ଚନ୍ଦ୍ର ବାରିକଙ୍କୁ ଯାଜପୁର ଆଇୟୁସିଏଡବ୍ଲୁ ଡିଏସ୍‌ପି ଭାବେ ବଦଳି କରାଯାଇଛି। କମିସନରେଟ ପୁଲିସରେ କାର୍ଯ୍ୟରତ ଏସିପି କିଶୋର ଚନ୍ଦ୍ର ଦାସଙ୍କୁ କ୍ରାଇମବ୍ରାଞ୍ଚ ଡିଏସ୍‌ପି , କ୍ରାଇମବ୍ରାଞ୍ଚ ଡିଏସ୍‌ପି ପିମୋଦ କୁମାର ରଥଙ୍କୁ କମିସନରେଟ ପୁଲିସରେ ଏସିପି ଭାବେ ବଦଳି କରାଯାଇଛି। ସେହିପରି କମିସନରେଟ୍‌ ପୁଲିସରେ ଥିବା ଏସିପି ଅନୂପ କାନୁନଗୋଙ୍କୁ ଖୋର୍ଦ୍ଧା ଜିଲା ଆଇୟୁସିଏଡବ୍ଲୁ ଡିଏସ୍‌ପି ଭାବେ ବଦଳି କରାଯାଇଥିବା ପୁଲିସ ମୁଖ୍ୟାଳୟ ବିଜ୍ଞପ୍ତିରୁ ପ୍ରକାଶ।

Comments are closed.