କରୋନାରେ ରାଜ୍ୟରେ ଆଉ ୭ ମୃତ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନକ ମଧ୍ୟରେ କରୋନା ଆକ୍ରାନ୍ତ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲାରେ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିଭଳି କଟକ ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି। ଖୋର୍ଦ୍ଧା ଜିଲାରେ ୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୀ ଜିଲାରେ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୦୬୨କୁ ବୃଦ୍ଧିପାଇଛି।

Comments are closed.