୭ ଦିନ ପାଇଁ ସଟଡାଉନ ହେଲା ଝାରସୁଗୁଡ଼ା

ଝାରସୁଗୁଡ଼ା: କରୋନା ସଂକ୍ରମଣ ଝାରସୁଗୁଡ଼ା ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହର ୭ ଦିନ ପାଇଁ ଶଟଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖରୁ ସେପ୍ଟେମ୍ବର ୫ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ରୁ ୧୧ ଯାଏଁ ଖୋଲିବ। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Comments are closed.