MEllora 950×100

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଛତିଶଗଡ଼ର ବସ୍ତର ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି.. ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଏକ ଚୂନ ପଥର ଖାଦାନ ଭୁଶୁଡ଼ି ପଡ଼ିଛି.. ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା..

ବ୍ରହ୍ମପୁର ଏସଡିଜେଏମ କୋର୍ଟ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି.. ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି..

ଏଏସଓ ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ..

ଆଜି ପଦ୍ମପୁର ଗସ୍ତରେ ଆସି ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଝାରବନ୍ଧରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଚାର ସମୟରେ ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଛନ୍ତି ନବୀନ..

ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି.. ଝରଣା ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି..

ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦେଶିକା ଝରଣା ଦାସଙ୍କର ୮୨ ବର୍ଷ ବୟସରେ ପରଲୋକ..

ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ , ଜମି ବ୍ୟବସାୟୀ.. ପୁଣି ଇଡିରେ ହାଜର ହେଲେ ପ୍ରମୋଦ ସ୍ୱାଇଁ ..ଅର୍ଚ୍ଚନା ନାଗ ମାମଲାରେ ୨ୟ ଥର ହେଲେ ହାଜର.. ପ୍ରଥମ ଥର କରାଯାଇଥିଲା ୧୨ ଘଣ୍ଟା ଜେରା..

ଜମି ବ୍ୟବସାୟୀ ପ୍ରଭାତ ରଞ୍ଜନ ପତି ଇଡିରେ ହେଲେ ହାଜର.. ପ୍ରଭାତଙ୍କ ଠାରୁ ଅର୍ଚ୍ଚନା – ଖଗେଶ୍ୱର ଜମି କିଣିଥିବା ସୂଚନା..

ବରଗଡ : ଗାଁ ରାସ୍ତାକଡରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର.. ଭଟଲି ବ୍ଲକ ଭଟି ଗାଁ ରାସ୍ତାକଡରୁ ଉଦ୍ଧାର.. ସକାଳେ ଘରୁ ବାହାରି ଯାଇଥିଲେ ଯୁବତୀ.. ହତ୍ୟା ଅଭିଯୋଗ ଆଣିଲେ ପରିବାର.. ପୁଲିସ ତଦନ୍ତ ଆରମ୍ଭ..

Comments are closed.