MEllora 950×100

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନକଲି ସୁନାରେ ବ୍ୟାଙ୍କରୁ ଋଣ ନେଇ ବନ୍ଧା ହେଲେ ୮ଜଣ.. ଠକେଇ ମାମଲାରେ ସୋନପୁର ପୁଲିସ ୮ଜଣଙ୍କୁ ଗିରଫ କଲା.. ନକଲି ସୁନା ଦେଇ ୫୨ ଲକ୍ଷ ୮୩ହଜାର ଟଙ୍କା ନେଇଥିଲେ.. ବ୍ୟାଙ୍କ ଅଫ ବରୋଦାରେ ନକଲି ସୁନା ଦେଇ ଟଙ୍କା ଉଠାଇ ନେଇଥିଲେ..

ମହିଳାଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ.. ହତ୍ୟାକାରୀ ସୁଖରାମ ଲୋହରାକୁ ଆଜୀବନ ଜେଲ ଦଣ୍ଡ ଦେଲେ ଜିଲା ଜଜ୍.. ୨୦୧୮ରେ ପାଟଣାଥାନା ଖୁଣ୍ଟିବେଡ଼ା ଗାଁରେ ଘଟିଥିଲା ହତ୍ୟାକାଣ୍ଡ..

ଏବେ ମଇଦାନରେ ହଇଚଇ ସୃଷ୍ଟି କରିବେ ସେହୱାଗଙ୍କ ପୁଅ.. ବିସିସିଆଇ ଦ୍ୱାରା ଆୟୋଜିତ ୧୬ ବର୍ଷରୁ କମ୍‌‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ପାଇଁ ବିରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଦିଲ୍ଲୀ ଟିମ୍‌‌ରେ ସ୍ଥାନ ପାଇଛନ୍ତି..

କଲମ୍ବିଆରେ ପୁଣି ଥରେ ଭୂସ୍ଖଳନ .. ହଠାତ୍‌‌ ପାହାଡ ଉପରୁ ମାଟି ଧସି ଅତଡା ତଳେ ଏକ ଯାତ୍ରୀବାହୀ ବସ୍‌‌ ପୋତି ହୋଇଯିବାରୁ  ଚାଲି ଯାଇଛି ୩୪ ଜଣଙ୍କ ଜୀବନ ..

ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟତର ସାକେତ ଗୋଖଲେଙ୍କୁ ଗୁଜରାଟ ପୁଲିସ ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି .. ତାଙ୍କ ବିରୋଧରେ ମୋର୍ବି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି ..

ସରିଲା ସର୍ବଦଳୀୟ ବୈଠକ; ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ .. ୨୦୨୩ରେ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ .. ଏଥି ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା..

ଆସନ୍ତାକାଲିଠୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ… ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର… ବୈଠକରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ… ଶୀତକାଳୀନ ଅଧିବେଶନରେ ଆସିପାରେ ୧୬ଟି ନୂଆ ବିଲ୍‌…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ବାତ୍ୟା… ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆଜି ନେଇପାରେ ଅବପାତର ରୂପ… ଓଡ଼ିଶାକୁ ସିଧା ପ୍ରଭାବ ନଥିବା କହିଲା ପାଣିପାଗ ବିଭାଗ… ସେପଟେ ରାଜ୍ୟରେ ବଢ଼ିବ ଶୀତ… ଆସନ୍ତା ୩ଦିନ ମଧ୍ୟରେ ପାରଦ ଖସିବ ୩ ଡିଗ୍ରୀ…

Comments are closed.