୨୪ ଘଣ୍ଟାରେ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ମଙ୍ଗଳବାର ଗୋଟିଏ ଦିନରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ୫୭୦୩କୁ ବୃଦ୍ଧିପାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ସୁନ୍ଦରଗଡ ଜିଲାରୁ ୧୦ ଏବଂ ଅନଗୁଳ ଜିଲଶରୁ ୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

ଢେଙ୍କାନାଳ ଜିଲାରୁ ୮ ଜଣ ସଂକ୍ରମିତଙ୍କର ପ୍ରାଣହାନି ଘଟିଥିବାବେଳେ ଝାରସୁଗୁଡା ଜିଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ବରଗଡ, ପୁରୀ ଓ ସମ୍ବଲପୁର ଜିଲାରେ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲାରୁ ୩ ଏବଂ ବଲାଙ୍ଗିର ଜିଲାରୁ ୨ ଜଣ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ଭଦ୍ରକ, କଟକ, ଜଗତସିଂହପୁର, ମାଲକାନଗିରି, ନୟାଗଡ ଓ ନୂଆପଡା ଜିଲାରେ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

Comments are closed.