ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୮୧ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୧୮ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୯୮ ଓ ସ୍ଥାନୀୟ ସଂକ୍ରମିତ ୨୮୩ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୧୮, ବାଲେଶ୍ୱର ୩୪, ବରଗଡ ୧୪, ଭଦ୍ରକ ୯ ଓ ବଉଦ ଜିଲାରେ ୩ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲାରେ ୧୦୧, ଦେବଗଡ ୯, ଢେଙ୍କାନାଳ ୧୯, ଗଞ୍ଜାମ ୧୩ ଓ ଜଗତସିଂହପୁରରେ ୧୯ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲାରେ ୩୩, ଝାରସୁଗୁଡା ୫, କଳାହାଣ୍ଡି ୪, କେନ୍ଦ୍ରାପଡା ୯, କେନ୍ଦୁଝର ୧୦, ଖୋର୍ଦ୍ଧା ୨୨୨ ଓ କୋରାପୁଟରେ ୩ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରେ ୩, ମୟୁରଭଞ୍ଜ ୨୭, ନବରଙ୍ଗପୁର ୧, ନୟାଗଡ ୧୦ ଓ ପୁରୀରେ ୨୬ ଚିହ୍ନଟ ହୋଇଛନ୍ତି। ସେହିଭଳି ରାୟଗଡାରେ ୫, ସମ୍ବଲପୁର ୧୦, ସୋନପୁର ୬, ସୁନ୍ଦରଗଡ ୨୦ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ ହୋଇଛନ୍ତି।

Comments are closed.