ଦିନକରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ସୁନ୍ଦରଗଡ ଓ ପୁରୀ ଜିଲାରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି। କଟକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିଭଳି କେନ୍ଦ୍ରାପଡାରୁ ୪, ବରଗଡ ୩, ବାଲେଶ୍ୱର ଓ ଢେଙ୍କାନାଳ ଜିଲାରୁ ୨ ଜଣ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଭଦ୍ରକ, ବଲାଙ୍ଗିର, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

Comments are closed.