ଓଡ଼ିଶାରେ ଦିନକରେ ୬୭ କରୋନା ରୋଗୀଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ୨୦

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ଜଣ କରୋନା ରୋଗୀ ରହିଥିବା ଜଣାଯାଇଛି ।

ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୮, ବରଗଡ ଜିଲାରୁ ୭ ଏବଂ ନବରଙ୍ଗପୁର ଜିଲାରୁ ୬ ଜଣ ରହିଛନ୍ତି । ସେହିଭଳି ଅନୁଗୁଳ, ପୁରୀ ଓ ରାୟଗଡା ଜିଲାରୁ ୫ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ପ୍ରାଣ ହାନି ଘଟିଛି । ଅନୁରୂପ ଭାବରେ ଢେଙ୍କାନାଳରୁ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । କନ୍ଧମାଳ ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, କେନ୍ଦ୍ରାପଡା ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୫୩୦୮ରେ ପହଞ୍ଚିଛି ।

Comments are closed.