ରାଜ୍ୟରେ ଦିନକରେ ୬୪୪ ନୂଆ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୬୪୪ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୭୫ ଏବଂ ସ୍ଥାନୀୟ ସଂକ୍ରମିତ ୨୬୯ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ପିଲା ଓ କିଶୋର ୭୨ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୧୪, ବାଲେଶ୍ୱର ୩୪, ଭଦ୍ରକ ୭, ବଲାଙ୍ଗିର ୫ ଓ କଟକରେ ୭୭ ଚିହ୍ନଟ ହୋଇଛନ୍ତି। ଦେବଗଡରେ ୪, ଢେଙ୍କାନାଳ ୬, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁରରେ ୨୮ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ୨୦, ଝାରସୁଗୁଡାରେ ୫, କନ୍ଧମାଳ ୧, କେନ୍ଦ୍ରାପଡା ୧୧, କେନ୍ଦୁଝରରେ ୧ ଏବଂ ଖୋର୍ଦ୍ଧାରେ ୨୮୩ ଚିହ୍ନଟ ହୋଇଛନ୍ତି। ସେହିଭଳି ମାଲକାନଗିରିରେ ୫, ମୟୁରଭଞ୍ଜ ୧୫, ନୟାଗଡ ୬, ପୁରୀ ୨୨, ରାୟଗଡା ୨, ସମ୍ବଲପୁର ୧୦, ସୋନପୁର ୧, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୪୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୫୭୧୩ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି।

Comments are closed.