ଆସାମ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୬୪୪ ଉଗ୍ରବାଦୀ

ଗୁଆହାଟୀ: ଆସାମରେ ବ୍ୟାନ୍‌ ହୋଇଥିବା ୮ଟି ସଂଗଠନର ୬୪୪ ଉଗ୍ରବାଦୀ ଗୁରୁବାର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ୧୭୭ଟି ଅସ୍ତ୍ରଶସ୍ତ୍ର ସହିତ ସେମାନେ ନିଜକୁ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ସଦସ୍ୟମାନେ ଉଲ୍‌ଫା, ଏନଡିଏଫବି, ଆରଏନଏଲଏଫ, କେଏଲଓ, ଭାକପା(ମାଓବାଦୀ) ଏନଏସଏଲଏ, ଏଡିଏଫ ଏବଂ ଏନଏଲଏଫବି ସଂଗଠନର ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ପୁଲିସ ମହାନିର୍ଦେଶକ ଜ୍ୟୋତି ମହନ୍ତା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ରାଜ୍ୟ ପାଇଁ ଏବଂ ଆସାମ ପୁଲିସ ପାଇଁ ଏହା ଏକ ମହତ୍ଵପୂର୍ଣ୍ଣ ଦିନ। ୮ ଉଗ୍ରବାଦୀ ସଂଗଠନର ୬୪୪ କାର୍ଯ୍ୟକର୍ତ୍ତା ଏବଂ ନେତା ଆତ୍ମସମର୍ପଣ କରିଛନ୍ତି।

Comments are closed.