ଦେଶରେ ୬୩୧୭ ନୂଆ କୋଭିଡ ଆକ୍ରାନ୍ତ; ସୁସ୍ଥ ହେଲେ ୬୯୦୬

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୬୩୧୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୬୯୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ହାର ୯୮.୪୦% ରହିଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ । ସେହିଭଳି ଦୈନିକ ସଂକ୍ରମଣ ହାର ୦.୫୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୫୮% ରହିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୪୨,୦୧,୯୬୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୭୮,୧୯୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୧୩୮.୯୬ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି । ସମଗ୍ର ବିଶ୍ୱରେ ୨୭୬.୨ ନିୟୁତ ଲୋକ କୋଭିଡରେ ସଂକ୍ରମିତ ହୋଇଥିବାବେଳେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୫.୩୬ ନିୟୁତରେ ପହଞ୍ଚିଛି ।

Comments are closed.