ଯୁବକ ପେଟରୁ ବାହାରିଲା ୬୩ ଭଙ୍ଗା ଚାମଚ

ମୁଜାଫରନଗର : ଉତ୍ତରପ୍ରଦେଶ ମୁଜାଫରନଗରସ୍ଥିତ ଏକ ଘରୋଇ ଚିକିତ୍ସାଳୟର ଡାକ୍ତରମାନେ ଅପରେସନ‌ କରି ଜଣେ ଯୁବକଙ୍କ ପେଟରୁ ୬୩ଟି ଭଙ୍ଗା ଚାମୁଚ ବାହାର କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଜୟ କୁମାର (୩୨) ନାମକ ଜଣେ ଯୁବକ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପେଟର ଏକ୍ସରେ କରାଯାଇଥିଲା। ଏକ୍ସରେରୁ ଯୁବକଙ୍କ ପେଟରେ ବହୁସଂଖ୍ୟକ ଧାତବ ଜିନିଷ ରହିଥିବା ଜଣାପଡ଼ିଥିଲା। ଡାକ୍ତରମାନେ ଅପରେସନ କରି ଯୁବକଙ୍କ ପେଟରୁ ୬୩ଟି ଭଙ୍ଗା ଚାମଚ ବାହାର କରିଥିଲେ।
ଏ ସଂପର୍କରେ ଯୁବକଙ୍କ ଭଣଜା ଅଜୟ ଚୌଧୁରୀ କହିଛନ୍ତି କିଛିମାସ ତଳେ ବିଜୟଙ୍କ ନିଶା ଅଭ୍ୟାସ ଛଡ଼ାଇବାକୁ ଏକ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୁହଁନ ଥିବା ଚାମଚ ଗିଳିବାକୁ ବାଧ୍ୟ କରାଯାଇଥିଲା। ଚାମଚ ପେଟରେ ରହିବା ଫଳରେ ସେ ବହୁତ କଷ୍ଟ ଅନୁଭବ କରିଥିଲେ। ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା ପୁଲିସରେ ଅଭିଯୋଗ କରାଯାଇ ନାହିଁ।

Comments are closed.