କାଶ୍ମୀରରେ ପ୍ରାଣ ହରାଇଲେଣି ୬୧ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଥମ ୪ମାସ ମଧ୍ୟରେ କାଶ୍ମୀର ଉପତ୍ୟକାରେ ମୋଟ ୬୧ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବାବେଳେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସେହିଭଳି ୭୩ ସୁରକ୍ଷାକର୍ମୀ ଓ ୬୯ ସାଧାରଣ ନାଗରିକ ଆହତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଏତଦ୍‌ବ୍ୟତୀତ ୧୭୭ଟି ଆତଙ୍କବାଦ ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି। ପୂର୍ବରୁ ଭାରତୀୟ ସୈନ୍ୟବାହିନୀର ଉତ୍ତର କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ସୂଚନା ଦେଇଥିଲେ ଯେ ଏହି ସମୟ ମଧ୍ୟରେ ୮୬ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ-କାଶ୍ମୀରରେ ମୋଟ ୪୫୦ ଆତଙ୍କବାଦୀ ସକ୍ରିୟ ରହିଥିବା ସେ କହିଥିଲେ।

Comments are closed.