ରାଜ୍ୟରେ ୬୦୨ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୨ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୫୩ ଓ ସ୍ଥାନୀୟ ସଂକ୍ରମିତ ୨୪୯ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ଶିଶୁ ଓ କିଶୋର ୭୯ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରୁ ୫, ବାଲେଶ୍ୱର ୨୪, ଭଦ୍ରକ ୭, ବଲାଙ୍ଗିର ୧, ବଉଦ ୧, କଟକରୁ ୭୪ ଜଣ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୨, ଢେଙ୍କାନାଳ ୭, ଗଜପତି ୬, ଗଞ୍ଜାମ ୮, ଜଗତସିଂହପୁର ୩୪ ଓ ଯାଜପୁରରୁ ୧୬ ଚିହ୍ନଟ ହୋଇଛନ୍ତି। ସେହିଭଳି ଝାରସୁଗୁଡାରୁ ୧, କଳାହାଣ୍ଡି ୩, କନ୍ଧମାଳ ୨, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧାରୁ ୨୬୬ ଚିହ୍ନଟ ହୋଇଛନ୍ତି। କୋରାପୁଟ ଜିଲାରେ ୨, ମୟୁରଭଞ୍ଜ ୧୯, ନୟାଗଡ ୮, ପୁରୀ ୧୩, ରାୟଗଡା ୪, ସମ୍ବଲପୁର ୨୩, ସୋନପୁର ୩, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୬୩ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୪୯୪ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ୧୦୦୯୫୮୨ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଛନ୍ତି। ରାଜ୍ୟରେ ସଂପ୍ରତି ୫୯୩୦ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Comments are closed.