ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ସୁନ୍ଦରଗଡରୁ ସର୍ବାଧିକ ୧୪

ଭୁବନେଶ୍ୱର: ଓଡ଼ିଶାରେ ଦିନକ ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୬୩୪କୁ ବୃଦ୍ଧିପାଇଛି। ଖୋର୍ଦ୍ଧା ଜିଲାରୁ ୮ ଜଣ କରୋନା ରୋଗୀ ପ୍ରାଣ ହରାଇଥିବାବେଳେ କଟକ ଓ ଅନୁଗୁଳ ଜିଲାରୁ ୬ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେହିଭଳି କେନ୍ଦୁଝର ଓ ପୁରୀ ଜିଲାରେ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି। ବଉଦ ଓ ସମ୍ବଲପୁର ଜିଲାରୁ ୪ ଜଣ ଲେଖାଏଁ, କୋରାପୁଟ, ନବରଙ୍ଗପୁର ଏବଂ ନୟାଗଡ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Comments are closed.