MEllora 950×100

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ୬୮ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୩୯ଟି ଆସନ ଅକ୍ତିଆର କରି ବିଜୟମୁହାଁ ହୋଇଥିବା ବେଳେ ବିଜେପିକୁ ୧୯ଟି ଆସନ ମିଳିଛି..

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଛନ୍ତି.. ସେ ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି.. ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧ ଲକ୍ଷ ୧୯ ହଜାର ୫୧୨ ଖଣ୍ଡ ଭୋଟ ମିଳିଛି.. ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୮ ହଜାର ୧୨୮ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ୩୫୯୪ ଖଣ୍ଡ ଭୋଟ ମିଳିଛି..

ଶହେଟି ସ୍ମାର୍ଟ ସିଟି ପାଇଁ ସରକାର ୩୪ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ଓ ସେଥି ମଧ୍ୟରୁ ୩୦ ହଜାର ୪୦୦ କୋଟି ଟଙ୍କା ଉପଯୋଗ ହୋଇଛି.. ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଳ କିଶୋର ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି

ଭାରତର ଜି୨୦ ଅଧ୍ୟକ୍ଷତା ସମ୍ପର୍କିତ ପରାମର୍ଶ ଦେବେ ରାଜ୍ୟସଭା ସଦସ୍ୟ..

ଆଜି ପର୍ଯ୍ୟନ୍ତ ସରକାର ପ୍ରାୟ ୩୭ କୋଟିରୁ ଅଧିକ ଏଲଇଡି ବଲ୍‌ବ, ୭୨ ଲକ୍ଷରୁ ଅଧିକ ଏଲଇଡି ଟ୍ୟୁବ୍ ଲାଇଟ୍ ଏବଂ ୨୩ ଲକ୍ଷ ୫୯ ହଜାର ଶକ୍ତି ସଂଚୟକାରୀ ଫ୍ୟାନ ବଣ୍ଟନ କରିଛନ୍ତି.. ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ଼ ଦ୍ୱାରା ଦେଶ ସାରା ଏହା ବଣ୍ଟନ କରାଯାଇଛି.. ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଆର କେ ସିଂ ଏହା କହିଛନ୍ତି..

ଗୁଜରାଟରେ ବିଜେପି ମହାବିଜୟ ମୁହାଁ ହେଉଛି.. ୧୫୬ ଆସନରେ ଆଗୁଆ ରହିଛି ବିଜେପି..

ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି ବୋଲି ସରକାର କହିଛନ୍ତି.. ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ୨୦୧୮ରୁ ୨୦୧୧ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ହ୍ରାସ ପାଇଛି.. ୨୦୧୮ରେ ୪୧୭ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୨୨୯କୁ ହ୍ରାସ ପାଇଛି..

ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ପରଲୋକ..

ଆସନ୍ତା ୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ.. ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ..

ହିମାଚଳ ପ୍ରଦେଶରେ କଂଗ୍ରେସ-ବିଜେପି କଡ଼ା ଟକ୍କର; ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର..

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ .. ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୮ ରେକର୍ଡ..

ତାମିଲନାଡୁରେ ବାତ୍ୟା ପାଇଁ ସତର୍କ ସୂଚନା ଜାରି ..  ସ୍କୁଲ କଲେଜ ଛୁଟି ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ଆସନ୍ତା ତିନି ଦିନ ପାଇଁ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା ..

ଅର୍ଚ୍ଚନା ନାଗ ମାମଲା… ଆସନ୍ତା ୧୩ରେ କୋର୍ଟରେ ହାଜର ହେବେ ଜଗବନ୍ଧୁ… ଘଟଣାର ସମସ୍ତ ପ୍ରମାଣ ଦାଖଲ କରିବାକୁ ଖଣ୍ଡଗିରି ଥାନା ଓ ଡିଜିଟାଲ ତଥ୍ୟ ଦାଖଲ କରିବାକୁ ରାଜ୍ୟ ଫରେନସିକ୍‌ ଲାବ୍ରୋଟରୀକୁ କୋର୍ଟଙ୍କ ନିର୍ଦେଶ… ସେପଟେ ଆଜି ରିମାଣ୍ଡର ୩ୟ ଦିନରେ ବି ଅର୍ଚ୍ଚନାଙ୍କୁ ଜେରା କରିବ ଇଡି…

Comments are closed.