MEllora 950×100

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସ୍ପଷ୍ଟ କଲେ ରେଳମନ୍ତ୍ରୀ.. ଏବେ ସୌର ଚାଳିତ ଟ୍ରେନ ଚଳାଇବା ପ୍ରସ୍ତାବ ନାହିଁ..

ଦେଶର ୫୦ଟି ସହରରେ ୫ଜି ସେବା ଆରମ୍ଭ ହୋଇଛି.. ଟେଲିକମ୍ ସେବା ପ୍ରଦାନକାରୀମାନେ ଅକ୍ଟୋବରରୁ ୫ଜି ସେବା ଆରମ୍ଭ କରିଛନ୍ତି.. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି..

ଆସନ୍ତାକାଲି ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା.. ସୁରକ୍ଷା ବ୍ୟବସ୍ଥା କଡାକଡି..

ଦିଲ୍ଲୀ ପୌର ନିଗମ ନିର୍ବାଚନରେ ୧୩୪ ଆସନ ସହ ଆପର ବିପୁଳ ବିଜୟ.. ବିଜେପିକୁ ୧୦୪, କଂଗ୍ରେସକୁ ୯..

ଘନୀଭୂତ ହେଉଛି ଗଭୀର ଅବପାତ.. ଦକ୍ଷିଣ- ପୂର୍ବ ପାଶ୍ୱର୍ବତ୍ତୀ ଦକ୍ଷିଣ -ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି .. ଆଜି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବା ସମ୍ଭାବନା .. ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଦକ୍ଷିଣ ଓଡିଶାର କିଛି  ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ରହିଛି ବର୍ଷା ସମ୍ଭାବନା ..

ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ .. ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀତକାଳୀନ ଅଧିବେଶନକୁ ସଫଳ କରିବା ଲାଗି ରାଜନୈତିକ ଦଳଗୁଡିକୁ ମିଳିତ ଭାବେ ଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି..

ଭାରତ ଓ ବାଂଲାଦେଶ ଦ୍ବିତୀୟ ଦିନିକିଆ ମ୍ୟାଚ୍.. ରୋହିତ ଶର୍ମା ଆହତ..

ବଢିଲା ରେପୋ ରେଟ୍‌‌.. ରେପୋରେଟ୍‌‌ ବୃଦ୍ଧି ପରେ ପୁଣି ମହଙ୍ଗା ହେବ ଋଣ.. ରେପୋରେଟ୍‌‌ ୦.୩୫%କୁ ବୃଦ୍ଧି କଲା ଆର୍‌‌ବିଆଇ.. ରେପୋ ରେଟ୍‌‌ ୩୫ ବେସିସ୍‌‌ ପଏଣ୍ଟ ବଢାଇ ୬.୨୫% କରିଥିବା ଆଜି ଆର୍‌‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି..

କେନ୍ଦୁଝରରେ ଏସଟିଏଫ୍‌ ଉପରକୁ ଫାୟାରିଂ କଲେ ଗୋରୁ ଚାଲାଣକାରୀ .. ୧୦ରୁ ୧୫ ରାଉଣ୍ଡ ଗୁଳିମାଡ଼ କରି ଗୋରୁଗାଡ଼ି ନେଇଯାଇଥିବା ସୂଚନା..  ଆତ୍ମରକ୍ଷା ପାଇଁ ଚାଲାଣକାରୀଙ୍କ ଉପରକୁ ୨ ରାଉଣ୍ଡ ଗୁଳିକଲା ଏସଟିଏଫ୍‌ ଟିମ୍‌..

Comments are closed.