MEllora 950×100

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର୍‌‌ ପାକିସ୍ତାନ ସେନାବାହିନୀର ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି.. ସେ ବିଦାୟୀ ଜେନେରାଲ କମାର ଜାଭେଦ ବଜୱାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ..

ଡିସେମ୍ବର ୧୫ରୁ ଆରମ୍ଭ ହେବ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ.. ବଚ୍ଚନ ଦମ୍ପତି କରିବେ ଉଦ୍‌ଘାଟନ..

ଗୁଜରାଟରେ ନିର୍ବାଚନ ପ୍ରଚାର ଜୋରଦାର.. ପ୍ରଧାନମନ୍ତ୍ରୀ ନେଉଛନ୍ତି ନେତୃତ୍ୱ..

ବଲାଙ୍ଗିର ଜିଲା ଗନ୍ଧମାର୍ଦ୍ଦନ ପାହାଡରେ କନ୍ଦରାଭଟା ନିକଟରେ ଗୁରୁବାର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି.. ସୁରକ୍ଷାକର୍ମୀଙ୍କ ଗୁଳିରେ ୨ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା..

ମୁମ୍ବାଇରେ ମିଳିମିଳା ଆତଙ୍କ.. ୧୨ଜଣଙ୍କ ମୃତ୍ୟୁ.. ଗଲା ୮ମାସ ଶିଶୁର ଜୀବନ..

ଅର୍ଚ୍ଚନା ନାଗ ମାମଲା… ଇଡି କାର୍ଯ୍ୟାଳୟରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ… ପ୍ରବର୍ତ୍ତନ ନିର୍ଦେଶାଳୟର ସମନ ପରେ ଗଙ୍ଗାଧର ସାମଲ ହାଜର… ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୩୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିଥିବା ନେଇ ସୂଚନା… ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ହେଉଛନ୍ତି ଗଙ୍ଗାଧର…

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ… ଗୃହର ଆରମ୍ଭରୁ ଦିବଂଗତ ନେତାଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି… ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଦେଲେ ଶ୍ରଦ୍ଧାଞ୍ଜଳି… ଚଳିତ ଶୀତକାଳୀନ ଅଧିବେଶନରେ ରହିଛି ୩୩ଟି କାର୍ଯ୍ୟଦିବସ.. ଆଜି ଉପସ୍ଥାପନ ହେବ ଅତିରିକ୍ତ ବଜେଟ…

କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ ବଡ଼ ଧରଣର ଅଘଟଣ… ବାଣ ଫୁଟି ୩୩ଜଣ ଗୁରୁତର… ସମସ୍ତ ଗୁରୁତରଙ୍କୁ କଟକ ଏସସିବି ଡାକ୍ତରଖାନାରେ ଭର୍ତ୍ତି… ଗୁରୁତରଙ୍କ ମଧ୍ୟରେ ରହିଛନ୍ତି ୩ଜଣ ମହିଳା ଓ ୨ଜଣ ଶିଶୁ… ୧୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରାହିଥିବା ସୂଚନା…

ଦେବଗଡ଼ ଏନଏଚ୍‌ ୪୯ ତିଲେଇବଣି ଛକରେ ଶଗଡ଼କୁ ପିଟିଲା ଟ୍ରକ୍‌… ଦମ୍ପତିଙ୍କ ସହ ୨ଟି ବଳଦ ମୃତ … ଟ୍ରକ୍‌ ଛାଡ଼ି ଘଟଣାସ୍ଥଳରୁ ଡ୍ରାଇଭର ଫେରାର… ଦୁର୍ଘଟଣାସ୍ଥଳରେ ଲାଗିରହିଛି ଉତ୍ତେଜନା… ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ… ଦେବଗଡ଼-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ… ପୁଲିସ କରୁଛନ୍ତି ତଦନ୍ତ…

ଥମୁନି ରୁଷ-ୟୁକ୍ରେନ୍‌ ଯୁନ୍ଧ… ୟୁକ୍ରେନର ରାଜଧାନୀରେ ପୁଣି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ… କିଭ୍ ଓ ଜାପୋରଝାଜିଆରେ ରୁଷର କ୍ଷେପଣାସ୍ତ୍ର ମାଡ଼… ନବଜାତ ସହ ୪ଜଣଙ୍କ ମୃତ୍ୟୁ… ସେପଟେ ରୁଷର ଆକ୍ରମଣରେ ୟୁକ୍ରେନର ଅନେକ ଆବାସିକ ଅଞ୍ଚଳ କ୍ଷତିଗ୍ରସ୍ତ…

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌… ଆଜିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ୍‌ ବିକ୍ରି… ପେଟିଏମର ଡବ୍ଲୁଡବ୍ଳୁଡବ୍ଲୁ.ଇନସାଇଡର୍‌.ଇନର ୱେବ୍‌ସାଇଟ୍‌ରେ ଟିକେଟ୍‌ ହେବ ଉପଲବ୍ଧ… ଗତକାଲି ପ୍ରଥମ ଟିକେଟ୍‌ କିଣି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ… ପ୍ରତିଯୋଗିତାକୁ ବାକି ରହିଛି ଆଉ ୫୦ ଦିନ… ଜାନୁଆରୀ ୧୩ରୁ ୨୯ ଯାଏଁ ଖେଳାଯିବ ମ୍ୟାଚ୍‌…

କିଏ ପିନ୍ଧିବ ପୁଦ୍ମପୁର ମୁକୁଟ… କାହା ସପକ୍ଷରେ ଯିବ ଜନମତ… ଉପନିର୍ବାଚନ ପାଇଁ କଡ଼ା କସରତ କରୁଛନ୍ତି ୩ ପ୍ରମୁଖ ଦଳ… ସମ୍ମାନ ରଖିବାକୁ ବିଜେଡି କରୁଛି ପ୍ରୟାସ… ଆସନ ହାତେଇବାକୁ ପାଗ ଭିଡୁଛି ବିଜେପି… ମୈଦାନରେ କଂଗ୍ରେସ ବି ଭିଡ଼ିଛି ଅଣ୍ଟା… ପୂରା ସମାର୍ଥ୍ୟ ଲଗାଇଦେଇଛନ୍ତି କଂଗ୍ରେସ କର୍ମୀ…

ଟିଟିଲାଗଡ଼ରେ ଅଖଚକ ସବୁ ବନ୍ଦ… ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି… ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର… ସମର୍ଥନ ଜଣାଇଛନ୍ତି ସମସ୍ତ ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ… ଗାଡ଼ି ଚଳାଚଳ ଠପ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ନଖୋଲିବାକୁ ଆହ୍ୱାନ…

Comments are closed.