ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପୁଲୱାମାରେ ପୁଲିସ ଓ ସିଆରପିଏଫର ମିଳିତ ନାକା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ.. ଏହି ଆକ୍ରମଣରେ ଜଣେ ପୁଲିସ ଶହୀଦ ହୋଇଥିବାବେଳେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି..

ଅର୍ଥନୈତିକ ଅପରାଧା ଶାଖା (ଇଓଡବ୍ଲ୍ୟୁ) କବ୍‌ଜାରେ ଫେରାର ଅଭିଯୁକ୍ତ ମନୋଜ ପଣ୍ଡା.. ଆନ୍ଧ୍ର ପ୍ରଦେଶର କାକିନଡ଼ା ପୁଲିସ ଷ୍ଟେସନ ଅନ୍ତର୍ଗତ ଆନ୍ନାଭରମରୁ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରା.ଲିଃ ନିର୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି.. ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ମାମଲାରେ ଇଓଡବ୍ଲ୍ୟୁ ଦ୍ବାରା ଗିରଫ କରାଯାଇଛି..

ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଲାଗି ରହିଛି.. ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ..

କାଶ୍ମୀର ଡିଭିଜନର ଶୋପିଆଁ ଜିଲାରେ ରବିବାର ସକାଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି.. ଜିଲ୍ଲାର ବସ୍କୁଚାନ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ପୁଲିସ କହିଛି.. ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି.. ଆତଙ୍କୀ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ, ଏକେ ୪୭ ରାଇଫଲ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି..

କଂଗ୍ରେସ ନେତା ଗୌରବ ବଲ୍ଲଭ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ସୈୟଦ ନସୀର ହୁସୈନ ଦଳର ଆନୁଷ୍ଠାନିକ ମୁଖପାତ୍ର ପଦରୁ ରବିବାର ଇସ୍ତଫା ଦେଇଛନ୍ତି.. ସେମାନେ କହିଛନ୍ତି ଯେ, ଖଡ଼ଗେଙ୍କ ନିର୍ବାଚନ ପ୍ରଚାର ପାଇଁ ସେ ଇସ୍ତଫା ଦେଇଛନ୍ତି..

ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ୱରାଜର ମହୋତ୍ସବ.. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ୱରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି.. ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ୱରାଜ ବୃକ୍ଷ ରୋପଣ କରିଥିଲେ..

ମା’ ଜଗତଜନନୀଙ୍କ ପାଇଁ ସବୁଠି ଉତ୍ସବମୁଖର… ଆଲୋକ ମାଳାରେ ସଜେଇ ହୋଇଛି ଗାଁଠୁ ସହର… ଆଜି ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ…. ପୀଠରେ ମହାଅଷ୍ଟମୀ… ମା’ଙ୍କ ଚକ୍ଷୁ ଦାନ ସହ ହେବ ନବପତ୍ରିକା ପ୍ରବେଶ… ମା’ଙ୍କ ଆଗମନକୁ ନେଇ ନଦୀ ପଠାରେ ହସୁଛି କାଶତଣ୍ଡି… ସଜେଇ ହେଲାଣି ଧରା…

ଓଆରଏଚଡିସି ଦୁର୍ନୀତି ମାମଲା… ହାଇକୋର୍ଟର ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍… ତଳକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ଗଲେ ହାଇକୋର୍ଟ… ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦେଇଛନ୍ତି ୩ବର୍ଷ ଜେଲଦଣ୍ଡ… ହାଇକୋର୍ଟରୁ ରହିତାଦେଶ ମିଳିଲେ ବଜାୟ ରଖିପାରିବେ ସଦସ୍ୟ ପଦ…

ବଢ଼ୁଛି ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଡ଼ୁଆ… କାଷ୍ଟିଂ କାଉଚ୍‌ ମାମଲାରେ ଛନ୍ଦି ହୋଇଛନ୍ତି ପ୍ରଯୋଜକ… ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କଲେ ଆବେଦନ… ଅଭିନେତ୍ରୀ କରାଇଦେବାକୁ କହି ଯୁବତୀଙ୍କୁ ଶାରୀରିକ ଶୋଷଣ କରିଥିବା ହୋଇଥିଲା ଅଭିଯୋଗ…

ଇଣ୍ଡୋନେସିଆରେ ଅଭାବନୀୟ ଘଟଣା… ଫୁଟବଲ ମ୍ୟାଚ ବେଳେ ବଡ଼ ଦଙ୍ଗା… ଚାଲିଗଲା ୧୨୭ଜଣଙ୍କ ଜୀବନ… ମୃତକଙ୍କ ମଧ୍ୟରେ ରହିଛନ୍ତି ଶତାଧିକ ଫ୍ୟାନ ଓ ପୁଲିସ… ଇଷ୍ଟ ଜାଭା ପ୍ରୋଭିନ୍ସର ମଲାଙ୍ଗ ସ୍ଥିତ ଏକ ଷ୍ଟାଡିୟମରେ ମ୍ୟାଚକୁ ନେଇ ଦଙ୍ଗା ହୋଇଥିବା ଅଭିଯୋଗ…

୨୦୨୪ ନିର୍ବାଚନ ପାଇଁ ବିଜେଡି କରୁଛି ରଣନୀତି… ଘରେ ଘରେ ପହଞ୍ଚିବାକୁ ପ୍ରୟାସ କରିବ ବିଜୁ ଜନତା ଦଳ… ପଦଯାତ୍ରାର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ… ଗାଁଠୁ ସହର ଯାଏଁ ସବୁଠି ଲୋକଙ୍କ ପାଖରେ ପହଞ୍ଚିବେ ନେତା ଓ କର୍ମୀ…

 

Comments are closed.