MEllora 950×100

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କନଷ୍ଟେବଳ ନିଯୁକ୍ତିରେ ବୟସ ସୀମା କୋହଳ.. ଆବେଦନକାରୀଙ୍କ ପାଇଁ ବୟସ ସୀମା ୪ ବର୍ଷ କୋହଳ ନିର୍ଦେଶ.. କନଷ୍ଟେବଳ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରତ୍ବପୂର୍ଣ୍ଣ ରାୟ.. ୨୦୨୨ ଡିସେମ୍ବର ୩୦ରେ ପ୍ରକାଶିତ ବିଜ୍ଞାପନକୁ ନେଇ ରାୟ..

ହାତୀଗାଁ ଜଙ୍ଗଲରୁ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ.. ଗିରଫ ମାଓବାଦୀ ହେଲେ ପୂଜି ମାଣ୍ଡଭି ଏଲିଆସ ଅନୀତା(୨୫) ଓ ମିଲେସିଆ ସମୁଦ୍ରା ବାଘ(୩୩).. ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ..

ୱେବ ଚ୍ୟାନେଲ ବୋର୍ଡ ଲଗାଇ ଦେହ ବ୍ୟବସାୟ ଚଳାଇଥିବା ଏକ ସେକ୍ସ ରାକେଟକୁ ପୁଲିସ ଠାବ କରିଛି.. କଟକ ସୂର୍ଯ୍ୟବିହାର ଅଞ୍ଚଳରେ ଠାବ ହୋଇଥିବା ଏହି ସେକ୍ସ ରାକେଟ ଚାଲିଥିବା ଘର ସାମ୍ନାରେ ଲାଗିଛି ୱେବ ଚ୍ୟାନେଲ ବୋର୍ଡ.. ସେକ୍ସ ରାକେଟରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସହ ୨ଜଣଙ୍କୁ ପୁଲିସ ଅଟକ ରଖିଛି.. ବାଦାମବାଡ଼ି ପୁଲିସ ଦେହ ବ୍ୟବସାୟରେ ସମ୍ପୃକ୍ତ ୫ ଯୁବତୀଙ୍କୁ ଉଦ୍ଧାର କରିଥିବା ସୂଚନା..

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ.. ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଶତକ.. ୫୦ ଓଭରରେ ୯ ୱିକେଟ ହରାଇ ୩୮୫ରନ ସ୍କୋର କଲା ଭାରତ..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି.. ମଙ୍ଗଳବାର ଟ୍ବିଟ୍‌ କରି ସେ ସମ୍ଭବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି..

ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମଙ୍ଗଳବାର ଓଡ଼ିଶା ଆସିଛନ୍ତି.. ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିବା ସହ ଦର୍ଶନ କରି ଆଶିଷ ନେବା ପାଇଁ ସେ ପୁରୀରେ ପହଞ୍ଚିଛନ୍ତି..

ଇନ୍ଦୋର ଦିନିକିଆରେ ରେକର୍ଡ କଲେ ଦୁଇ ଭାରତୀୟ ଓପ୍ନର..ଦୁଇ ଓପ୍ନର ରୋହିତ ଶର୍ମା, ଶୁବମନ ଗିଲ୍‌‌ଙ୍କ ଚମତ୍କାର ଶତକ.. ଉଭୟଙ୍କ ଶତକ ଜରିଆରେ ରେକର୍ଡ ସ୍କୋର ଅଭିମୁଖେ ଭାରତ..

ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା ମଙ୍ଗଳବାର ଅପରାହ୍ନ ୨ଟା ୩୦ରେ ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଅନୁଭବ ହୋଇଛି ଭୂକମ୍ପ ଝଟକା.. ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୮ ରେକର୍ଡ..

ଆସନ୍ତାକାଲିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ୟ୍ୟଟନ ଟ୍ରେନ୍‌ ଶୁଭାରମ୍ଭ .. ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନର କରିବେ ଶୁଭାରମ୍ଭ ..   ୮ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍‌ ଯାତ୍ରା କରିବ .. ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଏହି ଟ୍ରେନ୍‌ ଯାତ୍ରା କରିବ.. ଦିଲ୍ଲୀର ସଫଦରଗଞ୍ଜ ଷ୍ଟେସନରୁ ଏହାର ଶୁଭାରମ୍ଭ ହେବାକୁ ଥିବା ବେଳେ ବାରଣାସୀରେ ଏହାର ପ୍ରଥମ ଷ୍ଟପେଜ ହୋଇଥିବା କୁହାଯାଇଛି ..

ରାଜଧାନୀ ଦିଲ୍ଲୀରେ ବର୍ଷା ସହ ତାପମାତ୍ରା ହେବ ହ୍ରାସ .. ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମଙ୍ଗଳବାରରେ ଆକାଶରେ ବାଦଲ ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି.. ଏହି ସମୟରେ ତାପମାତ୍ରା ୧୦ ରୁ ୨୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ..

ବର୍ଷା ପରେ ପବନର ବେଗରେ ବୃଦ୍ଧି ସହ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ଅଧିକ ଫରକ ରହିବା ସହ ଏହାର ପ୍ରଭାବରେ ସକାଳେ ଓ ସନ୍ଧ୍ୟାରେ ଅଧିକ ଥଣ୍ଡା ଅନୁଭୂତ ହେବ..

Comments are closed.