ଛତିଶଗଡ-ତେଲେଙ୍ଗାନା ସୀମାରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ; ୬ ମାଓବାଦୀ ମୃତ

ଭୁବନେଶ୍ୱର: ଛତିଶଗଡ-ତେଲେଙ୍ଗାନା ସୀମାନ୍ତରେ ସୁରକ୍ଷା ବାହିନୀର ବଡ ଧରଣର କାର୍ଯ୍ୟାନୁଷ୍ଠାନରେ ୬ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାଯାଇଛି । ଜଣାଯାଇଛି ଯେ ତେଲେଙ୍ଗାନା ଏବଂ ଛତିଶଗଡ ସୀମାନ୍ତରେ କିସ୍ତରାମ ଥାନା ଅଧୀନସ୍ଥ ଜଙ୍ଗଲ ଅଞ୍ଚଳରେ ମାଓବାଦୀମାନେ ଠୁଳ ହୋଇଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ତେଲେଙ୍ଗାନା, ଛତିଶଗଡ ପୁଲିସ ଏବଂ ସିଆରପିଏଫ ପକ୍ଷରୁ ଉକ୍ତ ଅଞ୍ଚଳରେ ମିଳିତ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ଗୁଳି ଚଳାଇବାରୁ ଯବାନମାନେ ତାହାର ପାଲଟା ଜବାବ ଦେଇଥିଲେ । ସେଥିରେ ୬ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା । ମାଓବାଦୀଙ୍କ ମୃତଦେହ ଜବତ କରାଯିବା ସମୟରେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିବା ଜଣାଯାଇଛି । ଏହାପରେ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଅଧିକ ଜୋରଦାର କରାଯାଇଛି ।

Comments are closed.