ନାଟକ ପରିବେଷଣ ବେଳେ ଅଘଟଣ; ବାଣ ଫୁଟି ୬ ଆହତ

ଗଞ୍ଜାମ : ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଇଥିରା ଗାଁରେ ମହାଭାରତ ନାଟକ ଚାଲିଥିବା ବେଳେ ଏକ ଅଘଟଣ ଘଟିଥିବା ରବିବାର ଜଣାପଡ଼ିଛି। ଗାଁରେ ନାଟକ ପରିବେଷଣ ବେଳେ ବାଣ ଫୁଟି ୬ ଜଣ ଆହତ ହୋଇଛନ୍ତି। ୬ ଜଣ ଆହତଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

Comments are closed.