୬ ଜୁଆଡିଙ୍କୁ ଗିରଫ କଲା କୋକସରା ପୁଲିସ

ଧର୍ମଗଡ଼ : କୋକସରା ପୁଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଛି । ଏହା ସହ ଏମାନଙ୍କ ଠାରୁ ଦୁଇଟି ବାଇକ, ଗୋଟିଏ ମୋବାଇଲ, ତାସ ପତା ସହ ନଗଦ ୨୭୦ଟଙ୍କା ଜବତ କରିଛି। ସୁଚନା ଅନୁଯାୟୀ କୋକସରାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜୁଆ ଖେଳ ହେଉଥିବା ନେଇ ପୁଲିସକୁ ଖବର ମିଳିବା ପରେ କୋକସରା ପୁଲିସ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରେ ଖୁସିରାମ ରାଉତ, ରାଜେନ୍ଦ୍ର ପ୍ରଧାନୀ,ରାକେଶ ନାଏକ, ଅଧିରାଜିତ ନାଏକ, ନଶାଦ ଖାନ୍ ଓ ତ୍ରିଭୁବନ ବାଗ ଜୁଆ ଖେଳୁଥିଲେ । ପରେ ପୁଲିସ ସେମାନଙ୍କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡିଥିବା ଜଣାପଡିଛି ।

Comments are closed.