ବାଣ କାରଖାନାରେ ନିଆଁ: ୬ ଜୀବନ୍ତ ଦଗ୍ଧ, ୨୦ ଆହତ

ଉତ୍ତରପ୍ରଦେଶ ମୋଦିନଗରରେ ରବିବାର ଅପରାହ୍ନରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନିଆଁ କିପରି ଲାଗିଲା ତାହା ଏ ଯାବତ ଜଣା ପଡିନାହିଁ। ସେହି କାରଖାନା ଭିତରେ କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି ଓ ଏହି ଅଗ୍ନିକାଣ୍ଡରେ ୨୦ ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ ସହାୟତାରେ କାରଖାନା ଭିତରେ ଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ଖବର ଅନୁଯାୟୀ ସେହି କାରଖାନାରଅଧିକାଂଶ କର୍ମଚାରୀ ମହିଳା ଅଟନ୍ତି। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଂଚି ପୀଡିତମାନଙ୍କୁ ଚିହ୍ନଟ କରିବା ଏବଂ ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି।

କାରଖାନାରେ ନିଆଁ ଲାଗିବା ମାତ୍ରେ ଲୋକମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସେହି କାରଖାନା ସେଠାରେ ବେଆଇନ ଭାବେ ଦୀର୍ଘ ସମୟ ଧରି ଚାଲୁଥିଲା। ବିଶେଷ କରି ସେହି କାରଖାନାରେ ଜନ୍ମଦିନ ପାର୍ଟୀରେ ବ୍ୟବହୃତ ହେଉଥିବା ଫୁଲଝରି ପ୍ରସ୍ତୁତ ହେଉଥିଲା।

Comments are closed.