ରାଜ୍ୟରେ ଖସିଲା ଦୈନିକ କରୋନା ମୃତ୍ୟୁ; ୨୪ ଘଣ୍ଟାରେ ୬ ମୃତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୁଧବାର ଦିନ ଯଥେଷ୍ଟ ହ୍ରାସପାଇଛି। ପୂର୍ବରୁ ଦୈନିକ ୬୦ ଉପରେ ରହୁଥିବା ମୃତ୍ୟୁସଂଖ୍ୟା ବୁଧବାର ଦିନ ୬କୁ ହ୍ରାସପାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଯାଜପୁର ଓ କଟକ ଜିଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୦୨୮କୁ ବୃଦ୍ଧିପାଇଛି।

Comments are closed.