ବିପୁଳ ମାତ୍ରାର ନିଶାଦ୍ରବ୍ୟ ଜବତ; ୬ ବେପାରୀ ଗିରଫ

ଭୁବନେଶ୍ବର: ଦୁଇଟି ପୃଥକ ଘଟଣାରେ ରବିବାର ଭୁବନେଶ୍ବରରୁ ଗିରଫ ହୋଇଛନ୍ତି ୬ ଜଣ ନିଶା ବେପାରୀ। ବିପୁଳ ମାତ୍ରାରେ ଗଞ୍ଜେଇ, ବ୍ରାଉନସୁଗର ସହ ବେପାରୀଙ୍କୁ ସହିଦନଗର ପୁଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ଶାନ୍ତିପଲ୍ଲୀ ବସ୍ତିରୁ ୪୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି। ସେହିପରି ବାଣୀବିହାରରୁ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣ ବେପାରୀଙ୍କୁ ଗିରଫ କରିଛି ପୁଲିସ। କନ୍ଧମାଳରୁ କାର୍‌ରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

Comments are closed.