ପୁଲିସମାନେ ନିଜର କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ ପୂର୍ବକ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଦରକାର : ରାଜ୍ୟପାଳ

ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ପଞ୍ଚମ ଡିଏସପି ପ୍ରୋବେସନର ଓ ଏସଆଇଙ୍କ ଦଶମ ବ୍ୟାଚର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସାଧ୍ୟମତେ ଉଦ୍ୟମ କରୁଛନ୍ତି, ସେଥିରେ କିଛି ସମସ୍ୟା ନାହିଁ। କିନ୍ତୁ ମୂଳ ସମସ୍ୟା ହେଉଛି ନିଶା। ଏହାକୁଦୃଢ଼ ହସ୍ତରେ ବନ୍ଦ କରିବା ଦରକାର, ଏହାଫଳରେ ଓଡ଼ିଶାରେ ଜନସାଧାରଣ ସୁରକ୍ଷିତ ରହିପାରିବେ। ଭବଗତ ଗୀତାରୁ ଏକ ଶ୍ଲୋକ ଉଦ୍ଧାର କରି ରାଜ୍ୟପାଳ କହିଥିଲେ ଯେ ନିଜର‌ ଧାର୍ଯ୍ୟ, ଦାୟିତ୍ବ ଓ କର୍ତ୍ତବ୍ୟକୁ ସୁଚାରରୁପେ ସମ୍ପାଦନ କରିବା ହିଁ ଜୀବର ଶ୍ରେଷ୍ଠ ସଫଳତା। ଏବଂ ପୁଲିସମାନେ ନିଜର କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ ପୂର୍ବକ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଦରକାର ବୋଲି ରାଜ୍ୟପାଳ କହିଥିଲେ।


ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଣି କହିଥିଲେ ଯେ ଓଡ଼ିଶାର ଶୈଶବକୁ ସୁରକ୍ଷିତ କରିବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ ଏବଂ ଓଡ଼ିଶାରେ ଯେତେସବୁ ଅପ୍ରିତିକର ଘଟଣା ଘଟୁଛି, ମୋର ଧାରଣା ନିଶା ଯୋଗୁ ଘଟୁଛି। ତାକୁ ରୋକିଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୁଲିସ ମହାନିର୍ଦେଶକ ଅଭୟ, ଅରୁଣ କୁମାର ଷଡ଼ଙ୍ଗୀ, ଆଇଜିପି ଟ୍ରେନିଂ ଶ୍ରୀମତୀ ସାଇନି ପ୍ରମୁଖ ଯୋଗଦେଇଥିଲେ।

Comments are closed.