ଭାରତରେ ୩୨୪ ସଂକ୍ରମିତ – ୫ ମୃତ, ବିଶ୍ୱରେ ମୃତ୍ୟୁସଂଖ୍ୟା ୧୧୮୪୨

ନୂଆଦିଲ୍ଲୀ: ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୨୪ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭାରତରେ ଏବେ ୩୨୪ ସଂକ୍ରମିତ ରହିଛନ୍ତି ଓ ୫ଟି ମୃତ୍ୟୁ ହୋଇଛି। ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୯୮ରୁ ଅଧିକ ନୂଆ ନୂଆ ମାମଲା ସାମନାକୁ ଆସିଛି। ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଜଣାପଡ଼ିଥିବା ବେଳେ ତା’ ପଛକୁ ରହିଛି କେରଳ । ଆଉ ଏକ ଚିନ୍ତାଜିନକ ବିଷୟ ହେଉଛି ଗତ ୧୩ରୁ ୧୬ ତାରିଖ ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଟ୍ରେନରେ ଯାତ୍ରା କରିଥିବା ଜଣାପଡ଼ିଛି । ଏହା ପରେ ଭାରତୀୟ ରେଳ ସତର୍କ ହୋଇଉଠିଛି ଓ ଅତି ଜରୁରି ନହେଲେ ଟ୍ରେନ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ସଂକ୍ରମିତଙ୍କ ଚିହ୍ନଟ ପାଇଁ ୧୧୧ଟି ଲାବ୍‌ ଦେଶବ୍ୟାପୀ କାର୍ୟ୍ୟକ୍ଷମ କରାଯାଇଛି।

ଅନ୍ୟପକ୍ଷରେ ସାରା ବିଶ୍ୱରେ ଶନିବାର ଅପରାହ୍ଣ ୫ଟା ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୪ ହଜାର ୭୨୪ ଓ ମୃତ୍ୟୁସଂଖ୍ୟା ୧୧,୮୪୨ ରେ ପହଞ୍ଚିଛି। ଇଟାଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ର ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୪୭,୦୨୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୪୦୩୨ରେ ପହଞ୍ଚିଛି। ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୯୭୭୫ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୨୭୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇରାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୨୦୬୧୦ ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୫୫୬ରେ ପହଞ୍ଚିଛି । ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୪ ଓ ମୃତ୍ୟ ସଂଖ୍ୟା ୩ରେ ପହଞ୍ଚିଯାଇଛି ବୋଲି ଡନ ଖବରକାଗଜ ସୁତ୍ରରୁ ଜଣାପଡ଼ିଛି।

Comments are closed.