ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନତିମୂଳକ କାମର ଅନୁଧ୍ୟାନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ବର : ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯାଇ ଶନିବାର ଭୋର ସମୟରେ ଉନ୍ନତିମୂଳକ କାମର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ୍ । ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଛି। ସମସ୍ତ ଜମି ଅଧିଗ୍ରହଣ କାମ ନଭେମ୍ୱର ସୁଦ୍ଧା ସରିବ ବୋଲି ଜଣାପଡିଛି।

ମହାଶିବରାତ୍ରୀ ପୂର୍ବରୁ ଲିଙ୍ଗରାଜ ମନ୍ଦିର ରାସ୍ତା ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି। ଭକ୍ତଙ୍କ ସୁବିଧା ପାଇଁ ନୂତନ ବିକଳ୍ପ ରାସ୍ତା ମଧ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Comments are closed.