ସରକାରୀ ଚାକିରିଆଙ୍କ ମୁଣ୍ଡରେ ଝୁଲିଲା ୫ଟି ଖଣ୍ଡା

ଭୁବନେଶ୍ୱର: ସାଧାରଣ ଲୋକଙ୍କ ନିକଟତର ହେବା ଓ ଆସ୍ଥାଭାଜନ ହେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ପର୍‍ଫର୍ମାନ୍ସ ଆପ୍ରାଇଜାଲ୍‍ ରିପୋର୍ଟ (ପିଏଆର୍‍)ରେ ୫ ପ୍ରତିଶତ ପ୍ରାଧାନ୍ୟ ମିଳିବ। କେବଳ ଯେଉଁ ବିଭାଗରେ ‘ମୋ ସରକାର’ କାର୍ଯ୍ରକ୍ରମ ଲାଗୁ ହୋଇଛି, ସେହି ବିଭାଗର କର୍ମଚାରୀମାନଙ୍କୁ ଏହି ୫ ପ୍ରତିଶତ ପ୍ରାଧାନ୍ୟ ମିଳିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଜି.ସି. ପାତ୍ର ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ, ଆର୍‍.ଡି.ସି. ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ୱେଟେଜ୍‍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ରାଜ୍ୟ ସରକାର କର୍ମଚାରୀଙ୍କ ବାର୍ଷିକ ପିଏଆରରେ ‘୫-ଟି’ ନିମନ୍ତେ ୨୦ ଶତକଡ଼ା ପ୍ରାଧାନ୍ୟ ବ୍ୟବସ୍ଥା କରିଥିବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି। ତେବେ ଏହି ‘୫-ଟି’ ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ କେବଳ ୫ ପ୍ରତିଶତ ୱେଟେଜ୍‍ ମିଳିବ। ଯେଉଁ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହୋଇଛି, ତା’ର କର୍ମଚାରୀମାନଙ୍କୁ ଏହି ୱେଟେଜ୍‍ ସୁବିଧା ମିଳିବ।

Comments are closed.