ମହାରାଷ୍ଟ୍ରରେ ୫୭୭ ପୁଲିସ କରୋନା ପଜିଟିଭ୍

ମୁମ୍ବଇ: କରୋନା ଭୁତାଣୁ ପ୍ରତିହରେ ପୁଲିସ କର୍ମଚାରୀଙ୍କ ଅବଦାନ ପ୍ରଶଂସନୀୟ। ସେମାନେ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ପରିଗଣିତ। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଘୋଷଣା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୫୫୭ଜଣ ପୁଲିସ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି ବୋଲି ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ରରେ ମୁତୟନ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୨ଲକ୍ଷ ୨୬ହଜାର ୨୩୬ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ମୋନଙ୍କ ମଧ୍ୟରୁ ୬୫୩ଜଣ କ୍ବାରେଣ୍ଟାଇନ୍‌ ନିୟମ ଉଲଙ୍ଘନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୪ଲକ୍ଷ ୨୮ହଜାର ୭୩୪ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବିତରଣ ପାଇଁ ୪ହଜାର ୭୨୯ଟି ରିଲିଫ ଶିବିର କରାଯାଇଛି। ବେଆଇନ୍ ଭାବେ ପରିବହନ ପାଇଁ ୧ହଜାର ୨୮୬ଟି ମାମଲା ଦାୟର କରାଯାଇଛି। ୮୬ହଜାର ୨୪୬ କଲ୍‌ ପୁଲିସ ହେଲ୍‌ପ ଲାଇନ୍ ୧୦୦କୁ ଆସିଛି। ଜରୁରୀକାଳିନ ସେବା ଯୋଗାଇବା ପାଇଁ ୩ଲକ୍ଷ ୧୫ହଜାର ୪୩୪ଟି ପାସ୍‌ ପ୍ରଦାନ କରାଯାଇଛି।

ଲକ୍‌ଡାଉନ୍‌ ନିୟମ ଉଲଙ୍ଘନ ଅଭିଯୋଗରେ ୯୮,୭୭୪ଟି ମାମଲା ରୁଜୁ ହୋଇଥିବାବେଳେ ୧୯,୦୮୨ଜଣଙ୍କୁ ଗିରଫ କରାଯାଇଛି। ୫୪,୧୪୮ଟି ଗାଡ଼ି ଜବତ ହୋଇଛି ଏବଂ ୩,୬୬,୩୧,୭୯୪ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ସମୟରେ ୧୯୦ଜଣ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୬୮୬ଜଣଙ୍କୁ ଗିରଫ ହୋଇଛନ୍ତି ବୋଲି ମହାରାଷ୍ଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.