ରାଜ୍ୟରେ ୫୨୪ ନୂଆ ଆକ୍ରାନ୍ତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ୨ ଜଣ କରୋନା ରୋଗୀଙ୍କର ପ୍ରାଣହାନି ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୩୦୮ ଓ ସ୍ଥାନୀୟ ସଂକ୍ରମିତ ୨୧୬ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୨ ଜଣ ରହିଛନ୍ତି । ଅନୁଗୁଳ ଜିଲାରୁ ୪, ବାଲେଶ୍ୱର ୧୪, ବରଗଡ ୨, ଭଦ୍ରକ ୮, ବଲାଙ୍ଗିର ୧, ବଉଦ ୨ ଓ କଟକରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୨, ଢେଙ୍କାନାଳ ୪, ଗଞ୍ଜାମ ୧, ଜଗତସିଂହପୁର ୧୬, ଯାଜପୁର ୧୦, ଝାରସୁଗୁଡା ୧, କନ୍ଧମାଳ ୧, କେନ୍ଦ୍ରାପଡା ୪ ଓ ଖୋର୍ଦ୍ଧାରୁ ୨୫୪ ଚିହ୍ନଟ ହୋଇଛନ୍ତି । ସେହିଭଳି କୋରାପୁଟରୁ ୩, ମୟୁରଭଞ୍ଜ ୨୧, ନବରଙ୍ଗପୁର ୧, ନୟାଗଡ ୫, ପୁରୀ ୧୧, ରାୟଗଡା ୧, ସମ୍ବଲପୁର ୧୨, ସୁନ୍ଦରଗଡ ୧୯ ଏବଂ ଷ୍ଟେଟପୁଲରୁ ୬୧ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୪୫୧ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୪୮୫୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ମୃତ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏଁ ରହିଥିବା ଜଣାଯାଇଛି ।

Comments are closed.