ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁରେ ରେକର୍ଡ; ୨୪ ଘଣ୍ଟାରେ ୫୨ ମୃତ, ଖୋର୍ଦ୍ଧାରୁ ସର୍ବାଧିକ ୯

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ମୃତ୍ୟୁରେ ରେକର୍ଡ। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଯାହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ପ୍ରାଣ ହରାଇଥିବା କରୋନା ଆକ୍ରାନଙ୍କ ମଧ୍ୟରେ ସର୍ବାଧିକ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୫ ଜଣ ରହିଛନ୍ତି। ଏଥିସହିତ ବରଗଡ ଜିଲାରୁ ୫ ଜଣ, ଭଦ୍ରକରୁ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ବଉଦ ଜିଲାରୁ ଜଣେ, କଟକରୁ ୨, ଢେଙ୍କାନାଳ ଜିଲାରୁ ଜଣେ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲାରୁ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳ ୨, କେନ୍ଦ୍ରାପଡା ଜିଲାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲାରେ ଜଣେ କରୋନା ଆକ୍ରାନ୍ତଙ୍କର ପ୍ରାଣ ହାନି ଘଟିଛି। ଅନୁରୂପ ଭାବରେ ମୟୁରଭଞ୍ଜ , ନୟାଗଡ ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ପୁରୀ ଜିଲାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସମ୍ବଲପୁରରୁ ଜଣେ ଏବଂ ସୁନ୍ଦରଗଡରୁ ୫ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।

Comments are closed.