କୋବିଦ ନିୟମ ଭାଙ୍ଗି ୫୦୦ ଟଙ୍କା ଜୋରିମାନା ଦେଲେ ପିସିସି ସଭାପତି

ଭୁବନେଶ୍ବର: କୋବିଦ ନିୟମ ଭାଙ୍ଗି ଅଡ଼ୁଆରେ ପଡ଼ିଛନ୍ତି ପିସିସିି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକଙ୍କ ସମେତ ୭ ଜଣଙ୍କ ଉପରେ ଜୋରିମାନା କରିଛି ପ୍ରଶାସନ । ସମସ୍ତଙ୍କୁ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡ଼ିଛି । କମିଶନରେଟ ପୁଲିସ ନିକଟରେ ନିରଞ୍ଜନ ଜୋରିମାନା ଦାଖଲ କରିଛନ୍ତି ।

କରୋନାକାଳରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ ବୋଲି ସରକାର ନିୟମ କରିଛନ୍ତି । ଶୁକ୍ରବାର ମାଷ୍ଟରକ୍ୟାଣ୍ଟିନ ଛକରେ ପିସିସି ସଭାପତି ଓ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସମୟରେ ସାମାଜିକ ଦୂରତା ରକ୍ଷା ନ କରିବା ଅଭିଯୋଗ ହୋଇଛି ।

କରୋନା ବେଳେ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରି ବିକ୍ଷୋଭ କରିବା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ୫ ଶହ ଟଙ୍କା ଫାଇନ୍ ପଡ଼ିଛି। ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ନିରଞ୍ଜନଙ୍କ ନାଁରେ ୫ ଶହ ଟଙ୍କା ଜରିମାନା କଟିଛି।

ନିରଞ୍ଜନଙ୍କ ବ୍ୟତୀତ ଅଲ୍ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଆପ୍‌ ପାର୍ଟିର ନିଶିକାନ୍ତ ମହାପାତ୍ର, ସିପିଆଇଏମ୍ ପାର୍ଟିର ଅଳିକିଶୋର ପଟ୍ଟନାୟକ, ସିପିଆଇ ପାର୍ଟିର ଆଶିଷ କାନୁନ୍‌ଗୋ ଏବଂ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କଠାରୁ କମିଶନରେଟ ପୁଲିସ ୫୦୦ ଟଙକା ଲେଖାଏଁ ଜୋରିମାନା ଆଦାୟ କରିଛି ।

Comments are closed.