୧୦ ଦିନରେ ୫୦ହଜାର କରୋନା ପରୀକ୍ଷା କରାଇବ ତେଲଙ୍ଗାନା

ହାଇଦରାବାଦ : ତେଲଙ୍ଗାନା ସରକାର ୧୦ ଦିନରେ ୫୦ ହଜାର କରୋନା ପରୀକ୍ଷା କରାଇବାକୁ ସ୍ଥିର କରିଛନ୍ତି। ଏହି ଅଭିଯାନରେ ଘରୋଇ ଡାକ୍ତରଖାନାଗୁଡିକୁ ମଧ୍ୟ ସାମିଲ କରିବାର ଯୋଜନା ରହିଛି। ଏଥିନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରବିବାର ଦାୟିତ୍ଵରେ ଥିବା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। କୋଭିଡ-୧୯ ମାର୍ଗଦର୍ଶିକା ଅନୁସାରେ ପରୀକ୍ଷା ବାବଦ ଖର୍ଚ୍ଚର ମୂଲ୍ୟ ସ୍ଥିର କରାଯିବ। ସୂଚନା ଅନୁସାରେ ହାଇଦରାବାନ, ରଙ୍ଗା ରେଡ୍ଡୀ, ବିକରାବାଦ, ମେଡଚାଲ ଏବଂ ସଙ୍ଗାରେଡ୍ଡୀ ଜିଲାର ୩୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୫୦ ହଜାର ଲୋକଙ୍କର କରୋନା ପରୀକ୍ଷା କରାଯିବ।

Comments are closed.